Latest

ଓଡ଼ିଆରେ ପ୍ରେରଣାଦାୟକ ଫିଟନେସ୍ ଉଦ୍ଧୃତି | ଫିଟ୍ କ୍ଲବ 💛

 

Fitness Motivation | Inspiration Quotes in ODIA | Fit Club


ସ୍ୱାସ୍ଥ୍ୟ ସମ୍ପଦକୁ ହରାଇବା ମୁହୂର୍ତ୍ତରେ ହିଁ ଆମେ ଜୀବନକୁ ବୁଝନ୍ତି

ବନ୍ଧୁଗଣ, 

ଆଜିର ଦୁନିଆରେ ଜୀବନ ଦୌଡ଼ରେ ଆମେ ପରସ୍ପରଠାରୁ ଆଗକୁ ଯିବା ପାଇଁ ଏତେ ମାତ୍ରାରେ ବ୍ୟଗ୍ର ଯେ,  ଦୌଡ଼ରେ ସାମିଲ ହେବା ପରେ ଆମେ ସ୍ୱାସ୍ଥ୍ୟର ଯତ୍ନ କଥା ସମ୍ପୂର୍ଣ୍ଣ ଭୁଲି ଯାଉଛନ୍ତି । ଅର୍ଥ ଲାଳସାରେ ନିଜର ବାସ୍ତବ ସମ୍ପତ୍ତିକୁ ଅଣଦେଖା କରି ମିଥ୍ୟା ସମ୍ପତ୍ତି ଠୁଳ କରିବାରେ ତମାମ ସମୟ ଖର୍ଚ୍ଚ କରିଥାଆନ୍ତି । କିନ୍ତୁ ଏପରି ସମୟ ଆସେ ସ୍ୱାସ୍ଥ୍ୟ ସମ୍ପଦକୁ ହରାଇବା ମୁହୂର୍ତ୍ତରେ ହିଁ ଆମେ ଜୀବନକୁ ବୁଝନ୍ତି । ଯଦିଓ ସେତେବେଳେ ଆଉ ପଛକୁ ଫେରିବା ସମ୍ଭବ ହୋଇନଥାଏ । 

Fitness Motivation


ଆମେ ନିଜକୁ ବୁଝିବାକୁ ଏତେ ବିଳମ୍ବ କରନ୍ତି କାହିଁକି?

ଚାରିପଟର ପୃଥିବୀ ବିଷୟରେ ଏତେ ଜ୍ଞାନ ଆହରଣ କରନ୍ତି ଯେ ନିଜ ଖୁବ ନିଟକତମ ଆଶ୍ଚର୍ଯ୍ୟ (ନିଜ ଶରୀର) ଆମକୁ ସାଧାରଣ ଲାଗେ । କୌଣସି ଯନ୍ତ୍ରର ସମସ୍ୟା ବିଷୟରେ ଆମେ ସହଜରେ କହି ଦେଇପାରନ୍ତି କିନ୍ତୁ ନିଜ ଶରୀରର ସମସ୍ୟାବେଳେ ଡାକ୍ତରଙ୍କୁ ଲୋଡ଼ନ୍ତି । ବାସ କେବଳ ନିଜ ବ୍ୟତୀତ ଆମେ ସବୁକିଛି ଜାଣନ୍ତି । ଅନ୍ତିମ ସମୟରେ ଜାଣିବା ସମୟରେ ଆଉ ହାତରେ ସମୟ ହିଁ ନଥାଏ । ସାରା ଜୀବନ ବିଷ ପିଇ ପିଇ ଶରୀରକୁ ଏପରି ବିଶାକ୍ତ କରି ଦିଅନ୍ତି ଯେ, ଦିନେ ସେ ଶରୀରର ବିସର୍ଜିତ ମନ୍ଦିରରେ ଆତ୍ମା ବାସ କରିବାକୁ ଚାହିଁନଥାଏ । ଦେହରୁ ବିଦେହ ହେବାକୁ ଚାହେଁ ।  


Fitness Goals

ଆପଣଙ୍କ ଶରୀର ଆପଣଙ୍କର ହିଁ ନିର୍ମାଣ 

ଶରୀରକୁ ଆପଣ ପବିତ୍ର ମନ୍ଦିରଟିଏ ନିର୍ମାଣ କରିବେ କିମ୍ବା ବାଲୁକା ସ୍ତୁପ କରିବେ ତାହା ସମ୍ପୂର୍ଣ୍ଣ ଆପଣଙ୍କ ଉପରେ ନିର୍ଭର କରେ । ପ୍ରତିଟି ସମସ୍ୟା, ଯନ୍ତ୍ରଣା, ବ୍ୟାଧିର କାରଣ ଆପଣ ନିଜେ, ଏବେଠାରୁ ଏହି ସତ୍ୟବାଣୀକୁ ସ୍ୱୀକାର କରିନେଲେ ଆପଣଙ୍କୁ ଜୀବନରେ କେବେ ପଶ୍ଚାତାପ କରିବାକୁ ପଡ଼ିବ ନାହିଁ । 

Fitness Inspiration Quotes #1

Fitness Motivation | Inspiration Quotes in ODIA | Fit Club

Fitness Inspiration Quotes #2

କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ,
ପରିଶ୍ରମ ଶରୀରକୁ ଆନନ୍ଦ ହିଁ ଦେଇଥାଏ


Fitness Motivation | Inspiration Quotes in ODIA | Fit Club

Fitness Inspiration Quotes #3

ସ୍ୱାସ୍ଥ୍ୟ- ତୁମର ଓ ଶରୀର ମଧ୍ୟରେ ସମ୍ପର୍କ ସେତୁ



Fitness Motivation | Inspiration Quotes in ODIA | Fit Club

Fitness Inspiration Quotes #4

ଶରୀରକୁ ପବିତ୍ର ରଖ, କାରଣ ଏହା ଆପଣଙ୍କର ନିଜସ୍ୱ ମନ୍ଦିର


Fitness Motivation | Inspiration Quotes in ODIA | Fit Club

Fitness Inspiration Quotes #5

ଯିଏ ନିଜକୁ ଭଲ ପାଏ, ସେ ପ୍ରଥମେ 
ନିଜକୁ ସୁସ୍ଥ ରଖିବାକୁ ଚାହେଁ


Fitness Motivation | Inspiration Quotes in ODIA | Fit Club

Fitness Inspiration Quotes #6

ସାତ୍ତ୍ୱିକ ଆହାର ଓ ଚିନ୍ତାମୁକ୍ତ ମନ ଉତ୍ତମ ସ୍ୱାସ୍ଥ୍ୟର ଲକ୍ଷଣ

Fitness Motivation | Inspiration Quotes in ODIA | Fit Club

Fitness Inspiration Quotes #7

ସ୍ୱଳ୍ପ ଖାଦ୍ୟ ଗ୍ରହଣ ହିଁ ସୁସ୍ଥ ଶରୀର ପ୍ରାପ୍ତିର ରହସ୍ୟ


Fitness Motivation | Inspiration Quotes in ODIA | Fit Club

Fitness Inspiration Quotes #8

ବଞ୍ଚିବା ପାଇଁ ଖାଦ୍ୟ ଖାଅ, କେବଳ ଖାଇବାକୁ ବଞ୍ଚନ୍ତୁ ନାହିଁ


Fitness Motivation | Inspiration Quotes in ODIA | Fit Club

Fitness Inspiration Quotes #9

ଜଳ ହିଁଁ ଜୀବନ, ଜଳକୁ ଠିକେ ଭାବେ ଜାଣିଲେ ଜୀବନ ସ୍ୱଚ୍ଛଳ


Fitness Motivation | Inspiration Quotes in ODIA | Fit Club

Fitness Inspiration Quotes #10

ସଫଳତା ପାଇବା ପାଇଁ ଆପଣଙ୍କୁ ସୁସ୍ଥ ରହିବ ଜରୁରୀ


Fitness Motivation | Inspiration Quotes in ODIA | Fit Club

Fitness Inspiration Quotes #11

ଶରୀର ସୃଷ୍ଟି ଶ୍ରମ ପାଇଁ 
ବିନା ପରିଶ୍ରମରେ ସୁସ୍ଥ ରହିବା ଅସମ୍ଭବ


Fitness Motivation | Inspiration Quotes in ODIA | Fit Club

Fitness Inspiration Quotes #12

ନିଜେ ସୁସ୍ଥ ଥିଲେ ଦୁନିଆ ସୁନ୍ଦର,
ନଚେତ ନିଜ ପାଇଁ ନିଜେ ବି ଘୃଣିତ


Fitness Motivation | Inspiration Quotes in ODIA | Fit Club

Fitness Inspiration Quotes #13

ସମୟ ଓ ସ୍ୱାସ୍ଥ୍ୟ ଉଭୟ ସମ୍ପଦ,
ସମାପ୍ତି ପୂର୍ବରୁ ମୂଲ୍ୟ କଳି ହୁଏନି

Fitness Motivation | Inspiration Quotes in ODIA | Fit Club

Fitness Inspiration Quotes #14

ଟଙ୍କାରେ ଔଷଧ କିଣା ଯାଇପାରେ
କିନ୍ତୁ ଉତ୍ତମ ସ୍ୱାସ୍ଥ୍ୟ ନୁହେଁ

ସଚେତନତା ହିଁ ଆପଣଙ୍କୁ ରୋଗଯୁକ୍ତରୁ ରୋଗମୁକ୍ତ କରି ପାରିବ


ଯେଉଁପରି ଗୋଟିଏ ପେଟ୍ରୋଲ ଚାଳିତ କାରରେ ଡିଜେଲ ପକାଯାଏ ନାହିଁ, ଠିକ ସେହିପରି ମଣିଷ ଶରୀର ପାଇଁ ଆବଶ୍ୟକ ଖାଦ୍ୟ ଗ୍ରହଣ କଲେ ଶରୀର ଅସୁସ୍ଥ ହେବ ନାହିଁ । କାରଣ ଆମ ଶରୀର ସୃଷ୍ଟିରେ କୌଣସି ସମସ୍ୟା ନାହିଁ ( କିଛି ଜନ୍ମଗତ ତୃଟିକୁ ବାଦ ଦେଲେ), ତତ ପରେ ଆମେ ଯେଉଁ ଶରୀର ଧାରଣ କରନ୍ତି ତାହା କେବଳ ଖାଦ୍ୟ ଯୋଗୁଁ ହିଁ ସମ୍ଭବ ହୋଇଥାଏ । ଯେଉଁ ଖାଦ୍ୟ ଆମ ଶରୀର ଗଠନ କରେ, ବିନା ଶୋଚନାରେ ଯେକୌଣସି ପଦାର୍ଥକୁ ଖାଦ୍ୟ ଭାବେ ଗ୍ରହଣ କଲେ ଏପରିକି ପାଟିକୁ ସ୍ୱାଦିଷ୍ଟ ଲାଗୁଥିବା ବିଷାକ୍ତ ପଦାର୍ଥ ସେବନ କଲେ ଶରୀର ଅସୁସ୍ଥ ହେବା ସ୍ୱଭାବିକ । ପାରମ୍ପରିକ ଭାରତୀୟ ଆୟୁର୍ବେଦ ଶାସ୍ତ୍ର ଅନୁଯାୟା ଉତ୍ତମ ଆହାର ଓ ଶାରିରୀକ ପରିଶ୍ରମ ଶରୀରକୁ, ମନକୁ ଓ ଜୀବନକୁ ଆନନ୍ଦ ପ୍ରଦାନ କରେ । ସଚେତନତା ହିଁ ଆପଣଙ୍କୁ ରୋଗଯୁକ୍ତରୁ ରୋଗମୁକ୍ତ କରି ପାରିବ ।  


No comments