Latest

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର

Prevent constipation problem at home in Odia | Fit Club_Transform yourself

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବେ କିପରି ?

ଆପଣ ସୁସ୍ଥ ଅଛନ୍ତି କିନ୍ତୁ ସୁସ୍ଥ ଅନୁଭବ କରୁନାହାଁନ୍ତି । କୌଣସି କାର୍ଯ୍ୟ ପ୍ରତି ଆଗ୍ରହ ରହୁନାହିଁ । ଆପଣ ଏପରି ସମସ୍ୟାକୁ ସାମ୍ନା କରୁଛନ୍ତି କି ?  ହୋଇପାରେ ଏହାର କାରଣ କୋଷ୍ଠକାଠିନ୍ୟ ବା ଇଂରାଜୀରେ କନଷ୍ଟିପେସନ । ସାଧାରଣ ଭାବେ ଏହାକୁ ଆପଣ ବଦହଜମୀ ଜନିତ ସମସ୍ୟା କହିପାରନ୍ତି । 


କୋଷ୍ଠକାଠିନ୍ୟ ବା ମଳକଣ୍ଟକ କଣ? Constipation Meaning

କୋଷ୍ଠକାଠିନ୍ୟ ଏକ  ସାଧାରଣ ସମସ୍ୟା । ବର୍ତ୍ତମାନ ସମୟରେ ପ୍ରାୟ ଅଧିକାଂଶ ଲୋକ ଏପରି ସମସ୍ୟାକୁ ସାମ୍ନା କରୁଛନ୍ତି । ଏହାର ମୁଖ୍ୟ କାରଣ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଗ୍ରହଣ । ଯଦିଓ ଏହା ଏକ ରୋଗ ନୁହେଁ କିନ୍ତୁ ଏହାକୁ  ଆପଣ ସାଂଘାତିକ ରୋଗର ଲକ୍ଷ୍ୟଣ ଭାବି ପାରନ୍ତି । ଯଦି ଏପରି ସମସ୍ୟା ଲାଗିରହେ ଆପଣଙ୍କ ଶରୀର ଏକାଧିକ ରୋଗକୁ ଆମନ୍ତ୍ରଣ କରିବ ନିଶ୍ଚୟ ।

ଶରୀର ଭେଦରେ ବ୍ୟକ୍ତଙ୍କ ଖାଦ୍ୟ ହଜମ ବା ପାଚନକ୍ରିୟା ପାଇଁ ଭିନ୍ନ ଭିନ୍ନ ସମୟ ଲାଗିଥାଏ । ଖାଦ୍ୟ ହଜମ ହୋଇନପାରି କିମ୍ବା ଅର୍ଦ୍ଧ ପାଚନ ହୋଇ ପାକନଳୀରେ ଜମି ରହିଲେ କୋଷ୍ଠକାଠିନ୍ୟ ଆରମ୍ଭ ହୋଇଥାଏ । ଆପଣ ଗ୍ରହଣ କରିଥିବା ଖାଦ୍ୟ ସମ୍ପୂର୍ଣ୍ଣ ହଜମ ପୂର୍ବରୁ ଆପଣ ଦ୍ୱିତୀୟ ବାର ଖାଦ୍ୟ ଗ୍ରହଣ କଲେ ପାଚନ ତନ୍ତ୍ର ଉପରେ ଅଧିକ ଚାପ ପଡ଼ିଥାଏ । ସାଧାରଣ ଭାବରେ କୌଣସି ମେସିନ ଉପରେ ଅଧିକ କାର୍ଯ୍ୟଚାପ ହେଲେ ମେସିନ ଖରାପ ହେବା ପରି ପାକଯନ୍ତ୍ର ବି ଅଧିକ କାର୍ଯ୍ୟଚାପ ଯୋଗୁଁ ଖରାପ ହୋଇଥାଏ । ସାତ୍ତ୍ୱିକ, ତାମସ, ରାଜସ ଖାଦ୍ୟ ହଜମ ପାଇଁ ଭିନ୍ନ ଭିନ୍ନ ସମୟ ନେଇଥାଏ । 

Balance your physique chemistry | Fit Club



କୋଷ୍ଠକାଠିନ୍ୟର ଲକ୍ଷଣଗୁଡ଼ିକ କ’ଣ? Constipation Symptoms

ଖାଦ୍ୟ ହଜମ ପାଇଁ ଉପଯୁକ୍ତ ସମୟ ନମିଳିଲେ ବା ଅଧିକ ଖାଦ୍ୟ ଗ୍ରହଣ କଲେ ପାଚନକ୍ରିୟା ପ୍ରଭାବିତ ହେବା ସ୍ୱାଭାବିକ ଅଟେ । ଦ୍ୱିତୀୟତଃ ସଠିକ୍ ସମୟରେ ପାଣି ନପିଇଲେ ଖାଦ୍ୟ ଠିକ ଭାବେ ହଜମ ହୋଇପାରିନଥାଏ ।  ଯାହା ଫଳରେ ମଳତ୍ୟାଗ ସମୟରେ କୋଷ୍ଠକାଠିନ୍ୟ ସମସ୍ୟା ବୃଦ୍ଧି ପାଇଥାଏ । ପ୍ରାରମ୍ଭିକ ସମୟରେ ପେଟ ଫୁଲି ରହିଥାଏ । ମଳତ୍ୟାଗ ସ୍ୱାଭାବିକ ହୋଇନପାରିବାର ପେଟ ଖାଲି ହୋଇପାରିନଥାଏ । ପେଟରେ ଚାପ ପ୍ରୟୋଗ କଲେ ମଧ୍ୟ ମଳତ୍ୟାଗ ହୋଇପାରିନଥାଏ । ଅସୁସ୍ଥ ଅନୁଭବ କରିବା ସହ ମୁଣ୍ଡ ଘୁରାଇଥାଏ ।

କୋଷ୍ଠକାଠିନ୍ୟର କାରଣ (Causes of Constipation)

  • ଅସମୟରେ ଓ ମାତ୍ରାଧିକ ଖାଦ୍ୟ ଗ୍ରହଣ
  • କାର୍ଯ୍ୟକଳାପରେ ପରିବର୍ତ୍ତନ
  • ଖାଦ୍ୟରେ ଅତ୍ୟଧିକ ଫାଇବର ଓ ମିନେରାଲ
  • ଅଧିକ ଦୁଗ୍ଧଜାତ ଖାଦ୍ୟ ଗ୍ରହଣ
  • ମଦ୍ୟପାନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ
  • ପାଚନ ତନ୍ତ୍ରରେ ସମସ୍ୟା

କୋଷ୍ଠକାଠିନ୍ୟର ଚିକିତ୍ସା ( Constipation Treatment )

କୋଷ୍ଠକାଠିନ୍ୟରୁ ବର୍ତ୍ତିବା ପାଇଁ ପାଣିର ସଠିକ ଉପଯୋଗ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ପାଣି ପିଇବାର ବିଧି ଗୁଡ଼ିକୁ ଜୀବନଧାରାରେ ଅଭ୍ୟାସ କରିନେଲେ ଏପରି ସମସ୍ୟାରୁ ଦୂରେଇ ରହିପାରିବ ସମ୍ଭବପର । ଦିନକୁ କେତେ ପରିମାଣରେ ପାଣି ପିଇବା ଯେତେ ଗୁରୁତ୍ୱପୂର୍ଣ୍ଣ କେତେତେବେଳେ ପାଣି ପିଇବା ଆବଶ୍ୟକ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ପାଚନକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସାଧାରଣ ଭାବେ ଖାଦ୍ୟ ଗ୍ରହଣର ୪୦ ମିନିଟ ପୂର୍ବରୁ ଓ ଖାଦ୍ୟ ଗ୍ରହଣର ୪୦ ମିନିଟ ପରେ ପାଣି ପିଇବା ଶରୀର ପାଇଁ ଲାଭଦାୟକ । ଥଣ୍ଡା ପାଣି ବଦଳରେ ସାମାନ୍ୟ ଉଷୁମ ପାଣି ପିଇଲେ ଏହା ହଜମ କ୍ରିୟାକୁ ଅଧିକ ଶୃଙ୍ଖଳିତ କରିବ ।

ଖାଦ୍ୟ ଭେଦରେ ହଜମ କ୍ରିୟା ପାଇଁ ଭିନ୍ନ ଭିନ୍ନ ସମୟ ଲାଗି ଥାଏ । ଯେପରିକି ସାତ୍ତ୍ୱିକ ଆହାର ଯଥା ଫଳ, ପନିପରିବା ଖୁବ କମ ସମୟ ମଧ୍ୟରେ ହଜମ (୩ରୁ ୪ ଘଣ୍ଟା) ହୋଇଥାଏ , କିନ୍ତୁ  ରଜସ ଓ ତାମସ ଖାଦ୍ୟ ଯଥା ମାଂସ, ଦୁଗ୍ଧଜାତ ପଦାର୍ଥ, ଜଙ୍କ ଫୁଡ ହଜମ ପାଇଁ ୮ରୁ ୧୨ ଘଣ୍ଟା ସମୟ ଲାଗିଥାଏ । ଖାଦ୍ୟ ହଜମ ପୂର୍ବରୁ ପୁନର୍ବାର ଖାଦ୍ୟ ଗ୍ରହଣ କଲେ ପୂର୍ବ ଖାଦ୍ୟ ଠିକ ଭାବେ ଖାଦ୍ୟନଳୀ ଅତିକ୍ରମ କରିନପାରି ଅର୍ଦ୍ଧପାଚନ ହୋଇ ଜମି ରହିଥାଏ । ଯାହା କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଖାଦ୍ୟ ହଜମ ପାଇଁ ପାଚନ ତନ୍ତ୍ରକୁ ଉପଯୁକ୍ତ ସମୟ ଦେବା ଅତ୍ୟନ୍ତ ଜରୁରୀ । 

Prevent constipation problem | Fit Club



 କୋଷ୍ଠକାଠିନ୍ୟ ସମସ୍ୟାକୁ ପ୍ରତିହତ କରିବାର ଅନ୍ୟତମ ଶ୍ରେଷ୍ଠ ଉପାୟ ହେଉଛି ବ୍ୟାୟାମ । ଦୈନିକ ଶାରିରୀକ ପରିଶ୍ରମ ପାଚନ ତନ୍ତ୍ରକୁ ସକ୍ରିୟ କରିଥାଏ । ତେଣୁ ଖାଜ୍ୟ ହଜମ କ୍ରିୟା ମଧ୍ୟ ତ୍ୱରିତ ହୋଇଥାଏ । ଏପରିକି ଅଧିକ ପରିଶ୍ରମ କରୁଥିବା ବା ବ୍ୟାୟାମ କରୁଥିବା ବ୍ୟକ୍ତି ଅଧିକ ଖାଦ୍ୟ ଗ୍ରଣ କଲେ ମଧ୍ୟ କୋଷ୍ଠକାଠିନ୍ୟ ପରି ସମସ୍ୟା ହୋଇନଥାଏ । 


No comments